ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଜୀଵନ ବଞ୍ଚାଇଲେ ଦମ୍ପତ୍ତି

ସଇଁନ୍ତଳା,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ବଲାଙ୍ଗିର ଜିଲ୍ଲାରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନର ଚେଷ୍ଟାରେ ଆଜି ଜଣେ ଗୁରୁତର ରୋଗୀଙ୍କ ଜୀଵନ ବଞ୍ଚାଇଛନ୍ତି ଜଣେ ଦମ୍ପତ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଜଣେ ଗୁରୁତର ରୋଗୀଙ୍କୁ ଏ ପଜିଟିଭ ରକ୍ତର ଆବଶ୍ୟକ ଥିଲା । ତେବେ ଖବର ପାଇବା ପରେ ନାରୀ ଶକ୍ତି ଫାଉଣ୍ଡେସନର ସମ୍ପାଦିକା ନୂତନ ମିଶ୍ରଙ୍କ ଚେଷ୍ଟାରେ ଅକ୍ଷୟ ମହାପାତ୍ର ଓ ବିଜୟ ଲଷ୍ମୀ ମହାପାତ୍ର ନାମକ ଜଣେ ଦମ୍ପତ୍ତି ଭୀମ ଭୋଇ ମେଡ଼ିକାଲ କଲେଜ ରକ୍ତ ଭଣ୍ଡାରରେ ରକ୍ତ ଦାନ କରିଛନ୍ତି। ତେବେ ଦମ୍ପତ୍ତିଙ୍କ ଏଭଳି ମାନବିକତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ ବୁଦ୍ଧିଜୀବୀ ମହଲରୁ ପ୍ରଂସଶାର ସୁଅ ଛୁଟୁଛି।