ଜାତୀୟ ମତଦାତା ଦିବସ ପାଳିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଯୋଗଦେଇ ମତଦାନ ବିଷୟରେ ଉପସ୍ଥିତ କର୍ମଚାରୀଙ୍କୁ ଉଦବୋଧନ ଦେଇ ଶପଥ ପାଠ କରାଇଥିଲେ । ଏଥିରେ ବୁଥସ୍ତରୀୟ କାର୍ଯ୍ୟକ୍ରମରେ ଉଲ୍ଲେଖଯୋଗ୍ୟ କାମ କରିଥିବାରୁ ଦିଲ୍ଲୀପ କୁମାତ ତାଣ୍ଡି ଓ ସାଇବାନ ମାଝୀଙ୍କୁ ମାନପାତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି ଶପଥ ପାଠରେ ସହକାରୀ ଜିଲ୍ଲାପାଲ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ସହ ବହୁ ଉପଖଣ୍ଡସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ । ପାଟଣାଗଡ଼ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରି ମହନ୍ତ, ପାଟଣାଗଡ଼ ଏସିଏସଓ ମାୟାଧର ସାହୁ, ପଞ୍ଚାୟତ ଅଧିକାରୀ ସରୋଜ ମେହେର, ସ୍ଥାନୀୟ ତହସିଲ, ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ଓ ପୁଲିସ କର୍ମଚାରୀମାନେ ଯୋଗ ଦେଇଥିଲେ ।