ଦେଶରେ ୨୪ ଘଣ୍ଟାରେ ୯୩ ହଜାର ୩୩୭ ନୂଆ କରୋନା ମାମଲା : ସଂଖ୍ୟା ୫୩ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନା ସଙ୍କଟ ଦିନକୁଦିନ ଗମ୍ଭୀର ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୯୩ ହଜାର ୩୩୭ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୨୪୭ ଜଣଙ୍କର ମୃତ୍ୟୁ ଘଟିଛି। ବିଶ୍ୱରେ ସର୍ବାଧିକ କରୋନା ସଂକ୍ରମିତଙ୍କ ମାମଲାରେ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକାରେ ବର୍ତ୍ତମାନ ସୁଦ୍ଧା ୬୯ଲକ୍ଷ ୨୫ ହଜାର ୯୪୧ ମାମଲା ସାମ୍ନାକୁ ଆସିଛି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩ଲକ୍ଷ ୮ହଜାର ୧୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୨ଲକ୍ଷ ୮ହଜାର ୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୮୫ ହଜାର ୬୧୯ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ସକ୍ରିୟ ସଂକ୍ରମଣ ମାମଲା ୧୦ଲକ୍ଷ ୧୩ ହଜାର ୬୯୪ ରହିଛି। ଅନ୍ୟପଟେ ୭୦ ପ୍ରତିଶତରୁ ଅଧିକ ଲୋକଙ୍କର ମୃତ୍ୟୁ ଅନ୍ୟ ଗମ୍ଭୀର ରୋଗ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି।