ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ପଟିଆଲ କୋର୍ଟରେ ଦାୟର ହୋଇଥିବା ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ଦିଲ୍ଲୀ ପଟିଆଲା କୋର୍ଟରେ ଛାଡ଼ପତ୍ର ମାମଲା ଅନୁଭବ ଦାୟର କରିଥିଲେ। ବର୍ଷାଙ୍କ ପିଟିସନ ଉପରେ ଅନୁଭବ କ୍ୟାଭେଟ ଫାଇଲ କରିଛନ୍ତି। ତାଙ୍କ ପକ୍ଷ ନଶୁଣି କୌଣସି ରାୟ ନଦେବାକୁ ଅନୁଭବ ଏହି କ୍ୟାଭେଟ ଫାଇଲ କରିଥିବା ସୂଚନା ମିଳିଛି।