ଦିଲ୍ଲୀ ଓ ମୁମ୍ବାଇରେ ଖସୁଛି କରୋନା ଗ୍ରାଫ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁଦିନ କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ଦେଶରେ ୩ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏହାବ୍ୟତୀତ ଦେଶରେ ଓମିକ୍ରନ୍ ମାମଲା ୧୦ ହଜାର ଟପିଛି । କିନ୍ତୁ ଦିଲ୍ଲୀ ଓ ମୁମ୍ବାଇରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୦ ହଜାର ୭୫୬ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୁମ୍ବାଇରେ ୫,୦୦୮ଜଣ ରହିଛନ୍ତି । ଦିଲ୍ଲୀରେ ସଂକ୍ରମଣ ହାର ୧୮.୦୪ ପ୍ରତିଶତ ରହିଥିବା ଜଣାପଡ଼ିଛି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ କରୋନା ଯୋଗୁ ୩୮ ଓ ମୁମ୍ବାଇରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଉକ୍ତ ରିପୋର୍ଟରୁ ଉଭୟ ମହାନଗରରେ କରୋନା ସଂକ୍ରମଣ କମୁଥିବାବେଳେ କିଛି ରାଜ୍ୟରେ କରୋନା ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । କେରଳ, କର୍ଣ୍ଣାଟକ ଓ ତାମିଲନାଡ଼ୁରେ କରୋନା ମାମଲା ଲଗାତାର ଭାବେ କମିବାରେ ଲାଗିଛି ।