ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୭ କରୋନା ପୀଡିତ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ତୃତୀୟ ଲହରରେ ସାରା ରାଜ୍ୟରେ ତିବ୍ର ଗତିରେ ସଂକ୍ରମଣ ରାଜ୍ୟବାସୀଙ୍କୁ ଆତଙ୍କିତ କରି ରଖିଛି। ତେବେ ଗତକାଲି ଦୁଇ ଦିନ ଧରି ସଂକ୍ରମଣରେ ସାମାନ୍ୟ ହ୍ରାସ ସାମାନ୍ୟ ଆଶ୍ୱାସନା ଆଣି ଦେଇଥିବା ବେଳେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ବଢିଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ ଜଣଙ୍କର ମୃତ୍ୟୁ ଘିଟିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୫୧୪ରେ ପହଁଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ ଅନୁଗୁଳରୁ ଦୁଇ ଜଣ, ଭଦ୍ରକ, ମୟୁରଭଞ୍ଜ, ଯାଜପୁର, କଟକ, ପୁରୀରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୧୧୮୭୨୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୧୦୯୯୪୨୩ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୮୫୧୪ ଜଣଙ୍କର ମୃତ୍ୟୁ ଘଟିଛି।