ବିଦୁ ଛକରେ ଓଲଟିଲା ବସ୍‌, ୬ ମୃତ

ସୋର: ବାଲେଶ୍ୱର ସୋର ବିଦୁ ଛକରେ ଟ୍ରକ୍ ଧକ୍କାରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସରେ ଥିବା ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଉଦଳାରୁ ଶାନ୍ତିଲତା ବସ୍ ଭୁବନେଶ୍ୱର ଆସୁଥିଲା । ବିଦୁ ଛକରେ ଯାତ୍ରୀ ଓହ୍ଲାଉଥିବା ବେଳେ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଧକ୍କା ହେବା ପରେ ଟ୍ରକଟି ରାସ୍ତା ଉପରେ ଓ ବସ୍ ରାସ୍ତାକଡ଼ ଖାଲକୁ ଓଲଟି ପଡ଼ିଥିଲା ।