ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବେଲପଡ଼ା ବ୍ଲକରେ ଥିବା ୩ଟି ଜିଲ୍ଲା ପରିଷଦ ଜୋନର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ଏଥିରେ ୨୪ନଂ ଜୋନରେ ବିଜେଡି ବିଜୟୀ ହୋଇଥିବାବେଳେ ୨୫ ଓ ୨୬ନଂ ଜୋନକୁ ବିଜେପି ଦାଖଲ କରିଛି । ୨୫ନଂ ଜୋନରେ ବିଜେଡି ପ୍ରାର୍ଥୀ ସୁଜାତା ଛତ୍ରୀଆ ୮,୭୦୬ ଭୋଟ ପାଇଥିବାବେଳେ ବିଜେପିର ଶବ୍ଦ ମିର୍ଦ୍ଧା ୮,୭୪୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି ୨୬ନଂ ଜୋନରେ ବିଜେପି ପ୍ରାର୍ଥୀ ଅନିମା ଦାସ ୮,୭୭୧ ଭୋଟ ପାଇ ବିଜେଡି ପ୍ରାର୍ଥୀଙ୍କୁ ୯୭୦ଟି ଭୋଟରେ ପରାଜୟ କରିଛନ୍ତି । ବେଲପଡ଼ା ବ୍ଲକରେ ୨ଟି ଜିଲ୍ଲା ପରିଷଦ ପ୍ରାର୍ଥିନୀ ବିଜୟୀ ହୋଇଥିବାରୁ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓ ଓ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ବେଲପଡ଼ା ବ୍ଲକରେ ଶୋଭାକର ମେହେର, କେଶବ ପାଣିଗ୍ରାହୀ, କୁନୁ ମୁଣ୍ଡା, ତନ୍ମୟ ଦାସ, ପ୍ରଶାନ୍ତ ଦାସ, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ପୂର୍ବତନ ସଭାପତି ଭକ୍ତବନ୍ଧୁ ନାୟକ ଓ ଡାକ୍ତର ଓମପ୍ରକାଶ ଯୋଶୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।