ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୟୁକ୍ରେନର ଖାରକୀଭରେ ବୋମାମାଡ଼ ଯୋଗୁ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଉକ୍ତ ଛାତ୍ରର ପରିବାରବର୍ଗଙ୍କ ସହ ମନ୍ତ୍ରଣାଳୟ ଯୋଗାଯୋଗ କରିଛି । ମୃତକ ଜଣକ ହେଉଛନ୍ତି କର୍ଣ୍ଣାଟକ ଚାଲଗେରିର ୨୧ ବର୍ଷୀୟ ନବୀନ ଶେଖରପ୍ପା । ଏନେଇ ବିଦେଶ ମନ୍ତ୍ରଣାଳୟ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି।