ସର୍ବଭାରତୀୟ କରାଟେ ଚାମ୍ପିୟନସିପରେ ଟିଟିଲାଗଡ଼କୁ ୪୬ ଓ ସଇଁନ୍ତଲାକୁ ୩ ପଦକ

ସଇଁନ୍ତଲା,ଏନ୍ଏନ୍ଏସ୍: ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲଠାରେ ସର୍ବଭାରତୀୟ କରାଟେ ଚାମ୍ପିୟାନସିପ ୩ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ବାଳକ ଓ ବାଳିକା ମିଶି ୬୦୦ରୁ ଅଧିକ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସଇଁନ୍ତଳା ଉତ୍କଳ କରାଟେ ସ୍କୁଲର ୭ଜଣ ଅଂଶଗ୍ରହଣ କରିଥିବାବେଳେ ୩ଜଣ ପଦକ ହାସଲ କରିଛନ୍ତି। ରାଜ ଅଗ୍ରୱାଲ (ରୌପ୍ୟ), ଜନବୀ ମେହେତ(ବ୍ରୋଞ୍ଜ), ଏକଲବ୍ୟ ନାଗ (ବୁଚ) ପଦକ ହାସଲ କରିଛନ୍ତି। ପ୍ରଶିକ୍ଷକ ମୁକେଶ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ପଦକ ହାସଲ କରିଛନ୍ତି। ବିଜୟୀ ପ୍ରତିଯୋଗୀଙ୍କୁ ସାମ୍ବାଦିକ ତରୁଣ ବେହେରା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ସଇଁନ୍ତଳା ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେହିପରି ଟିଟିଲାଗଡ଼ ଉତ୍କଳ କରାଟେ ସ୍କୁଲର ୨୦ଜଣ ବାଳିକା ଓ ୩୦ ଜଣ ବାଳକ ଅଂଶଗ୍ରହଣ କରି ୬ଟି ସ୍ୱର୍ଣ୍ଣ ପଦକ,୧୧ଟି ରୌପ୍ୟ ଓ ୨୯ଟି ତାମ୍ର ପଦକ ସହ ମୋଟ ୪୬ଟି ପଦକ ହାସଲ କରିଛନ୍ତି। ବିଜୟୀ ପ୍ରତିଯୋଗୀଙ୍କୁ ଟିଟିଲାଗଡ଼ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱାଗତ କରାଯାଇଛି।