ଭାରତରେ ଓମିକ୍ରୋନର ଏଣ୍ଟ୍ରି : ୨ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଓମିକ୍ରୋନ ଭେରିଏଣ୍ଟର ୨ଟି ମାମଲା ସାମ୍ନାକୁ ଆସିଛି। କର୍ଣ୍ଣାଟକରୁ ଜଣେ ୬୬ ଓ ଅନ୍ୟଜଣେ ୪୬ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଉଭୟଙ୍କୁ ଆଇସୋଲେଟ କରାଯାଇ ଚିକିତ୍ସା ଜାରି ରହିଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଲବ ଅଗ୍ରୱାଲ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨୯ଟି ଦେଶରୁ ୩୭୩ ଓମିକ୍ରୋନ ମାମଲା  ଚିହ୍ନଟ କରାଯାଇଛି। ଏହା ଉପରେ ଭାରତ ନଜର ରଖିଛି। ଓମିକ୍ରୋନ ଭେରିଏଣ୍ଟ ବୀଟା ଓ ଡେଲଟା ଭାଇରସଠାରୁ ଅଧିକ ଗତିରେ ବ୍ୟାପିବ।