କାଲିଠୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ଦିଲ୍ଲୀ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ତାଗିଦ କରିବା ପରେ ଦିଲ୍ଲୀର କେଜ୍ରିୱାଲ ସରକାର ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ପ୍ରଦୂଷଣକୁ ଦୃଷ୍ଟିରେ ରଖି କାଲିଠୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି। ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଆଜି ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ମାମଲାର ଶୁଣାଣୀ କରି ଉଭୟ କେନ୍ଦ୍ର ଓ ରାଜ୍ୟକୁ ୨୪ ଘଣ୍ଟାର ସମୟ ପ୍ରଦାନ କରିଛନ୍ତି। ଜରୁରୀକାଳୀନ ସମୟରେ ଅସାଧାରଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ଆଗାମୀ ଶୁଣାଣୀ ଆସନ୍ତା ଶୁକ୍ରବାର ହେବ। ଏହାପୂର୍ବରୁ ଆଜି ସିଜେଆଇ ଏନବୀ ରମନ୍ନା ଦିଲ୍ଲୀର କିଛି ସ୍କୁଲ ଏବେ ବି ଖୋଲା ରହିବା ନେଇ ବିରକ୍ତି ପ୍ରକାଶ କରିଥିଲେ।