ଇମ୍ରାନ ଖାନଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଲାହୋରରେ ହଙ୍ଗାମା ଜାରି ରହିଛି । ଇତିମଧ୍ୟରେ ହାଇକୋର୍ଟ ଇମ୍ରାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଇମ୍ରାନଙ୍କ ଗିରଫଦାରୀ ପାଇଁ ଜମାନ ପାର୍କରେ ପୁଲିସ ଅଭିଯାନକୁ ରୋକିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି । କିନ୍ତୁ ଏହି ଆଦେଶର ପ୍ରଭାବ ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ରହିବ । ଅନ୍ୟପଟେ ଆଗାମୀ ଆଦେଶ ପର୍ଯ୍ୟନ୍ତ ଆଇନ ପ୍ରବର୍ତ୍ତନ ଏଜେନ୍ସି ପକ୍ଷରୁ ଉକ୍ତ ଅଞ୍ଚଳରେ ଘେରାବନ୍ଦୀ ଜାରି ରହିବ ।