ଦେବଗଡ଼,ଏନ୍ଏନ୍ଏସ୍: ବେଆଇନ ମହୁଲ ଚାଲାଣ ବେଳେ ଦେବଗଡ଼ ଅବକାରୀ ବିଭାଗ ଆଜି ସନ୍ଧ୍ୟାରେ ଏକ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ କରିଛି। ଏଥିସହିତ ଗାଡି ଚାଳକକୁ ଗିରଫ କରିଛି। କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଡ୍ୟାମ ପଟୁ ଚଟିବରଘାଟ ରାସ୍ତା ଦେଇ ବେଆଇନ ଭାବେ ମହୁଲ ଚାଲାଣ ହେଉଥିବା ସୂଚନା ପାଇ ଦେବଗଡ଼ ଅବକାରୀ ନିରୀକ୍ଷକ ମଧୁସୂଦନ ସାହୁ ସଦଳବଳେ ଉକ୍ତ ରାସ୍ତାରେ ଛକି ରହିଥିଲେ।
ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଉକ୍ତ ରାସ୍ତା ଦେଇ ଏକ ପିକଅପ (ଓଡି-୧୯ଏଲ୍-୩୪୧୮) ଆସୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ମାନେ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରେ ମହୁଲ ଭର୍ତ୍ତି ଥିବା ଜଣାପଡ଼ିଥିଲା। ଏଥିସହିତ ଡ୍ରାଇଭର ନିକଟରେ ଗାଡ଼ିର କୌଣସି କାଗଜପତ୍ର ମଧ୍ୟ ନଥିଲା। ଫଳରେ ଅବକାରୀ ଅଧିକାରୀ ସଂଗେ ସଂଗେ ଗାଡ଼ିକୁ ଜବତ କରିବା ସହିତ ଗାଡି ଚାଳକ କୁଞ୍ଜାମରା ଗ୍ରାମର ସତ୍ୟାନନ୍ଦ ସାହୁଙ୍କୁ ଗିରଫ୍ କରିଛନ୍ତି।