ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ରେ ଗତକାଲି କାଳବୈଶାଖ ଯୋଗୁଁ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହେବା ସହ ବିଦ୍ୟୁତ ସେବା ମଧ୍ୟ ବନ୍ଦ ହୋଇଯାଇଛି। ତେବେ ସଇଁନ୍ତଲା ଡାକ୍ତରଖାନା ଉପରେ ଅଞ୍ଚଳ ହଜାର ହଜାର ଲୋକେ ନିର୍ଭର କରୁଥିବା ବେଳେ ସେଠାରେ ମଧ୍ୟ ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି। ଫଳରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି।
ଗତ ବର୍ଷ ଓଡିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ବିଦ୍ୟୁତ ସଂଯୋଗ ହେବା ପାଇଁ ଏକ ଡିଜି ପମ୍ପର ଉଦ୍ଘାଟନ କରିଥିଲେ। ଯାହା ଦ୍ଵାରା ବିଦ୍ୟୁତ କାଟ ହେଲେ କାମରେ ଆସିବ କିନ୍ତୁ ତାହା କାମରେ ଆସୁନଥିବା ବେଳେ ଖତ ଖାଇବାକୁ ବସିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ କାଳବୈଶାଖ ପ୍ରଭାବରେ ବିଦ୍ୟୁତ କାଟ ହୋଇଯାଇଛି। ଦୀର୍ଘ ୪୮ ଘଣ୍ଟା ପରେ ମଧ୍ୟ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ପ୍ରକାରର ସମାଧନ ହୋଇନଥିବା ବେଳେ ଅନ୍ଧାରରେ ଡାକ୍ତରଖାନା ରହିଥିବା ଜଣାଯାଏ। ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।