ବେଆଇନ ବାଲି ଚୋରା ଚାଲାଣ, ୨ ଟ୍ରାକ୍ଟରରୁ ୩୦ ହଜାର ଟଙ୍କା ଜୋରିମାନା ଆଦାୟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଏନଫୋର୍ସମେଣ୍ଟ ଟିମ୍ ଆଜି ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି। ଏଥିସହ ଉଭୟ ଗାଡ଼ିରୁ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଚଢ଼ଉରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଓ ଆରଆଇ ରମାକାନ୍ତ ମହାନ୍ତଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।