ରାଜଧାନୀରେ ୯୧୮ କରୋନାରେ ସଂକ୍ରମିତ: ୧୧୦୨ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୯୧୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୯ଜଣ ଓ ସ୍ଥାନୀୟ ସଂକ୍ରମଣ ୭୪୯ଜଣ ରହିଛନ୍ତି। ଅନ୍ୟପଟେ ୧୧୦୨ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୭ହଜାର ୬୭୬ ହୋଇଥିବାବେଳେ ୬୬ହଜାର ୩୨୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩୪୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦ହଜାର ୯୮୮ଜଣ ଚିକିତ୍ସିତ ହେଉଛନ୍ତି।