କୋଭିଡ ଟିକାକରଣର ରିପୋର୍ଟ ମାଗିଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ସୁପ୍ରିମକୋର୍ଟ ଟିକା ମାମଲାରେ ଶୁଣାଣି କରି କେନ୍ଦ୍ରକୁ ଟିକାକରଣର ବିସ୍ତୃତ ରିପୋର୍ଟ ମାଗିଛି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କୋଭିଡ ଟିକାକରଣ ନୀତି ଉପରେ ତାଙ୍କର ମତାମତ ଦର୍ଶାଉଥିବା ତଥ୍ୟ ସହ ଟିକାକରଣର ରେକର୍ଡକୁ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ଦେଶ କେତେ ପରିମାଣର କେଉଁ କୋଭିଡ ଟିକା କିଣିଛି ତାକୁ ରେକର୍ଡରେ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଛି। ଜୁନ୍ ୩୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆସନ୍ତା ୨ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ସହର ଓ ଗ୍ରାମ ମାନଙ୍କରେ କେତେ ପରିମାଣର ଟିକାକରଣ ହୋଇଛି ଏବଂ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା କିଣି ଥିବା ଟିକା (କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ୍ ଭି)ର ତଥ୍ୟ ଦେବାକୁ କୁହାଯାଇଛି।