ବେଆଇନ କଫ ସିରଫ ଜବତ : ଜଣେ ଗିରଫ

ବରଗଡ଼,ଏନ୍ଏନ୍ଏସ୍ : ଜଗଦଲପୁର ପୁଲିସ ବେଆଇନ କଫ ସିରଫ କାରବାର ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣକ ଜଗଦଲପୁର ଥାନା କୁମୀର ଗ୍ରାମର କିଶନ ଓରଫ ଗଙ୍ଗାରାମ ବୁଦ୍ଧାଜଲ ବୋଲି ପୁଲିସ ସୂଚନା ଦେଇଛି। ଗିରଫ ଯୁବକଠାରୁ ପୁଲିସ ୩୨୦ ବୋତଲ ଏସକଫ, ୫ ଷ୍ଟ୍ରିପ ନିଶା ବଟିକା ଜବତ କରିଛି । ଏନେଇ ଜଗଦଲପୁର ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।