ବଙ୍ଗଳାରେ ଫ୍ରିରେ ମିଳିବ କରୋନା ଭ୍ୟାକ୍ସିନ : ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ରାଜନୀତି ସରଗରମ ରହିଛି। ବିଜେପି ହେଉ କି ଟିଏମସି ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ଏହି ଧାରାରେ ଆଜି ଝାଡ଼ଗ୍ରାମ ରାଲି ସମୟରେ କରୋନା ଭ୍ୟାକ୍ସିନ ମାଗଣାରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି।

ପିଏମ୍ ମୋଦୀଙ୍କୁ ଟାର୍ଗେଟ କରି ମମତା କହିଛନ୍ତି ଯେ, ଶାସନକୁ ଫେରିଲେ ବିହାରବାସୀଙ୍କୁ ମାଗଣାରେ ଭ୍ୟାକ୍ସିନ ଦିଆଯିବ ବୋଲି ନିର୍ବାଚନ ପ୍ରଚାର ସମୟରେ ମୋଦୀ ପ୍ରତିଶ୍ରୁତି ଦେଇଥିଲେ। ମୋଦୀ ଏପର୍ଯ୍ୟନ୍ତ ଟିକା ଉପଲବ୍ଧ କରାଇଲେଣି କି? ନା, ସେ କରିନାହାନ୍ତି, ସେ ଜନତାଙ୍କୁ ମିଛ କହିଥିଲେ।