ଲଢ଼ୁଆ ବିମାନ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ: ଗ୍ରୁପ୍ କ୍ୟାପଟେନ୍ ମୃତ

ନୂଆଦିଲ୍ଲୀ: ଲଢ଼ୁଆ ବିମାନ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏୟାରଫୋର୍ସ ମୁତାବିକ, ଏହି ବିମାନ ମଧ୍ୟ ଭାରତର ଏକ ଏୟାରବେସରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଫଳରେ ଗ୍ରୁପ କ୍ୟାପଟେନ୍ ଏ ଗୁପ୍ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଛି।