ଦେବଗଡ଼, ଏନ୍ଏନ୍ଏସ୍ : ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଝରଣା ଫୁଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ବେଆଇନ ଗୋରୁ ବୋଝଇ କଣ୍ଟେନର ଓ ଏକ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କଣ୍ଟେନର ମଧ୍ୟରେ ଥିବା ୫ ଗୋରୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମଳିଛି। ତେବେ କଣ୍ଟେନର ମଧ୍ୟରେ ଥିବା ଅନ୍ୟ ଗୋରୁ ଗୁଡ଼ିକର କୌଣସି ପତ୍ତା ନ ଥିବାବେଳେ ପୁଲିସ ପାଖରେ ମଧ୍ୟ ବେଆଇନ ଗୋରୁ ଚାଲାଣର ନିର୍ଦ୍ଦିଷ୍ଟ ସଂଖ୍ୟା ନଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଉଭୟ ଗାଡ଼ିର ଚାଳକ ଓ ସହାୟକ ଫେରାର ହୋଇ ଯାଇଥିବାବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଗୋରୁଙ୍କ ବ୍ୟବଛେଦ କରାଯାଇଛି।