ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ପାଳିରେ ୨୦୫ ରନରେ ଅଲଆଉଟ ହୋଇଯାଇଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା କିନ୍ତୁ ଏହାର ଆରମ୍ଭ ଖରାପ ରହିଛି। ଆଉ ପ୍ରଥମ ଦିନରେ ହିଁ ଇଂଲଣ୍ଡ ଅଲଆଉଟ ହୋଇଯାଇଛି। ଲେଫ୍ଟ ଆର୍ମ ସ୍ପିନର ଅକ୍ଷର ପଟେଲ ଶାନଦାର ବୋଲିଂ କରି ୬୮ ରନ୍ ଦେଇ ୪ଟି ୱିକେଟ ନେଇଛନ୍ତି।
ଇଂଲଣ୍ଡ ତରଫରୁ ବେନ ଷ୍ଟୋକ୍ସ ୧୨୧ ବୋଲରେ ୬ଟି ଚୌକା ଓ ୨ଟି ଚୌକା ସାହାଯ୍ୟରେ ସର୍ବାଧିକ ୫୫ ରନ୍ ହାସଲ କରିଛନ୍ତି। ଷ୍ଟୋକ୍ସଙ୍କ ବ୍ୟତୀତ ଡାନିଏଲ ଲୋରେନ୍ସ ୪୬, ଅଲୀ ପୋପ୍ସ ୨୯, ଜୋନୀ ବେୟରଷ୍ଟୋ ୨୮ ରନ୍ କରିଛନ୍ତି।
ଭାରତ ପକ୍ଷରୁ ଅକ୍ଷର ପଟେଲଙ୍କ ବ୍ୟତୀତ ରବିଚନ୍ଦ୍ରନ୍ ଅଶ୍ୱିନୀ ୪୭ ରନ୍ ଦେଇ ୩ ୱିକେଟ, ମହମ୍ମଦ ସିରାଜ ୪୫ ରନ୍ ଦେଇ ୨ ୱିକେଟ ଓ ୱାଶିଂଟନ୍ ସୁନ୍ଦର ୧୪ ରନ୍ ବ୍ୟୟରେ ଗୋଟିଏ ୱକେଟ ନେବାରେ ସଫଳ ହୋଇଛନ୍ତି।