ପର୍ଯ୍ୟଟକଙ୍କ ଲାଗି ଖୁବଶୀଘ୍ର ଖୋଲିବ ଟ୍ୟୁଲିପ ଗାର୍ଡେନ

ଶ୍ରୀନଗର: ଟ୍ୟୁଲିପ ଲଭରଙ୍କ ପାଇଁ କଶ୍ମୀରରୁ ଭଲ ଖବର ଆସିଛି। କାରଣ ଖୁବଶୀଘ୍ର ଟ୍ୟୁଲିପ ଗାର୍ଡେନ ଖୋଲିବାକୁ ଯାଉଛି। ବିଶେଷ ସୁତ୍ରରୁ ଜଣାପଡ଼ିଛି କି, ଯଦି ସବୁକିଛି ଠିକ୍ ରୁହେ ତେବେ ମାର୍ଚ୍ଚ ୨୦ରୁ ୨୫ ମଧ୍ୟରେ ଟ୍ୟୁଲିପ ଗାର୍ଡେନ ପର୍ଯ୍ୟଟକଙ୍କ ପାଇଁ ଖୋଲିପାରେ। ଟ୍ୟୁଲିପ ଗାର୍ଡେନର ସଞ୍ଚାଳକ ଇନାମ-ଉ-ରେହେମାନଙ୍କ ଅନୁସାରେ, ଏଥର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗାର୍ଡେନରେ ଅନେକ ପରିବର୍ତ୍ତନ କରାଯିବ। ଆଉ ଲୋକମାନେ ଅଧିକ ଦିନ ପର୍ଯ୍ୟନ୍ତ ଟ୍ୟୁଲିପ ଫୁଲକୁ ଦେଖିପାରିବେ। ଗତବର୍ଷ କରୋନା କାରଣରୁ ଲୋକଙ୍କୁ ଟ୍ୟୁଲିପ ଗାର୍ଡେନ ଦେଖିବାର ସୁଯୋଗ ମିଳିନଥିଲା କିନ୍ତୁ ଚଳିତ ବର୍ଷ ବଡ଼ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଏହାର ମଜା ଉଠାଇ ପାରିବେ ବୋଲି ଆଶା କରାଯାଉଛି।

ସାଧାରଣତଃ ଏପ୍ରିଲରୁ ଆରମ୍ଭ ହେଉଥିବା ସ୍ପ୍ରିଙ୍ଗ ଫେଷ୍ଟିଭାଲ ସହ ଟ୍ୟୁଲିପ ଗାର୍ଡେନ ଖୋଲିଥାଏ। କିନ୍ତୁ ଏଥର ପର୍ଯ୍ୟଟନ ଋତୁର ଶୁଭାରମ୍ଭ ଗୋଟିଏ ସପ୍ତାହ ପୂର୍ବରୁ ହେବ।