ଆଇଆଇ ଧରିଲେ, ତହସିଲଦାର ଛାଡ଼ିଲେ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ବିଭିନ୍ନ ନଦୀରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି । ଗୋଟିଏ ପଟେ ଆରଆଇମାନେ ବାଲି ମାଫିଆଙ୍କ ଗାଡ଼ି ଧରି ଫାଇନ ପକାଉ ଥିବାବେଳେ ସଇଁନ୍ତଲା ତହସିଲଦାର ସଲାସୁତୁରା ହୋଇ ବାଲି ମାଫିଆଙ୍କ ଗାଡ଼ି ଛାଡ଼ୁଥିବା ଆଲୋଚନା ହେଉଛି । ସେହିପରି ଆଜି ଟିକ୍ରାପଡ଼ା ଅଞ୍ଚଳରେ ରାଜେଶ ଶର୍ମାଙ୍କ ଗାଡ଼ିରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେବା ପରେ ଆରଆଇ ସରୋଜ ଜାଲ ଚଢ଼ଉ କରିଥିଲେ ଏବଂ ୧୦ ହଜାର ଟଙ୍କା ଫାଇନ ମଧ୍ୟ ପକାଇ ଥିଲେ । କିନ୍ତୁ ତହସିଲଦାର ବାଲି ମାଫିଆଙ୍କ ଗାଡ଼ିକୁ ଧରି ଛାଡ଼ି ଦେଉଥିବା ନେଇ ବୁଦ୍ଧିଜୀବୀ ମହଲରେ ଅନେକ ଆଲୋଚନା ହେଉଛି ।