ବରାଡ଼ିଆ ଉଚ୍ଚ ବିଦ୍ୟାଳୟର ୧୯୯୭ ବ୍ୟାଚ୍‌ର ବନ୍ଧୁମିଳନ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଅନ୍ତର୍ଗତ ବରାଡ଼ିଆ ଉଚ୍ଚ ବିଦ୍ୟାଳୟର ୧୯୯୭ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଗତ ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ୧୯୬୯ ମସିହାରେ ପ୍ରତିଷ୍ଠିତ ଏହି ଉଚ୍ଚବିଦ୍ୟାଳୟ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଗ୍ରାମାଞ୍ଚଳର ଅନେକ ଛାତ୍ରଛାତ୍ରୀ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି।

ଏହି ଉତ୍ସବରେ ବିଦ୍ୟାଳୟର ବର୍ତ୍ତମାନ ଓ ଅବସରପ୍ରାପ୍ତ ଶିକ୍ଷକମାନେ ଯୋଗଦେଇ ପିଲାମାନଙ୍କ ସହ ପୁରୁଣା ଦିନର ସ୍ମୃତିଚାରଣ କରିଥିଲେ। ତତ୍କାଳୀନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୁରଲୀଧର ନାୟକଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଅନେକ ଦିନର ପୁରୁଣା ବନ୍ଧୁମାନଙ୍କୁ ପାଖରେ ପାଇ ସମସ୍ତେ ଭାବବିହ୍ଵଳ ହେଇଯାଇଥିଲେ। ଗୁରୁପୂଜନ ଓ ଦିବଂଗତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ମୃତିସଭା ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମ ଶେଷ ହୋଇଥିବା କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ମୃତ୍ୟୁଞ୍ଜୟ ଦାଶ, ବିପିନ ବଳ, ବିପିନ ଭୂୟାଁ ଓ ଜଗନ୍ନାଥ ନାୟକ ଜଣାଇଛନ୍ତି।