ବିଜେଡି ଦଖଲରେ ୨ ପୌର ଉପାଧକ୍ଷ ଆସନ, ବିଜେପି ଖାତାରେ ଗୋଟିଏ

ଦେବଗଡ଼,ଏନ୍ଏନ୍ଏସ୍: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଦେବଗଡ଼ ଜିଲ୍ଲାର ସମସ୍ତ ୩ଟି ବ୍ଲକର ଉପାଧକ୍ଷ ପ୍ରାର୍ଥୀ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଛି। ଏଥିରେ ବିଜେଡି ଅକ୍ତିଆରରେ ୨ଟି ଆସନ ଯାଇଥିବା ବେଳେ ବିଜେପିକୁ ଗୋଟିଏ ଉପାଧକ୍ଷ ପଦବୀ ମିଳିଛି। ଆଜି ପୂର୍ବାହ୍ନରେ ବାରକୋଟ ବ୍ଲକ ଠାରେ ଅନୁଷ୍ଠିତ ନିର୍ବାଚନରେ ଉପାଧ୍ୟାକ୍ଷ ଭାବେ ବିଜେଡି ସମର୍ଥିତ କେଲଡା ଗ୍ରାମ ପଞ୍ଚାୟତ ସମିତି ସଦସ୍ୟ ସୁମନ୍ତ ବେହେରା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ସେହିପରି ରିଆମାଳ ବ୍ଲକ ଠାରେ ଅନୁଷ୍ଠିତ ନିର୍ବାଚନରେ ଉପାଧ୍ୟକ୍ଷା ଭାବେ ବିଜେଡି ସମର୍ଥିତ ଗୁଣ୍ଡିଆପାଲି ପଞ୍ଚାୟତ ସମିତି ସଦସ୍ୟା ଶର୍ମିଷ୍ଠା ଘଡେଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ତିଲେଇବଣି ବ୍ଲକ୍ ଠାରେ ଅନୁଷ୍ଠିତ ନିର୍ବାଚନରେ ଉପାଧକ୍ଷା ଭାବେ ବିଜେପି ସମର୍ଥିତ ବଣିଆକିଲିଣ୍ଡା ପଞ୍ଚାୟତ ସମିତି ସଦସ୍ୟା ଆରତୀ ପ୍ରଧାନ ନର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।