ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିଧାନସଭା ନିର୍ବାଚନ ଲଢ଼ିବି: ଚନ୍ଦ୍ରଶେଖର ଆଜାଦ

ନୂଆଦିଲ୍ଲୀ: ଆଜାଦ ସମାଜ ପାର୍ଟିର ଅଧ୍ୟକ୍ଷ ଚନ୍ଦ୍ରଶେଖର ଆଜାଦ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଆଜାଦ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ଚନ୍ଦ୍ରଶେଖର ଆଜାଦ କହିଛନ୍ତି ଯେ, ମୁଁ ସୁରକ୍ଷିତ ସିଟରୁ ନିର୍ବାଚନ ଲଢ଼ିବିନି। ଯୋଗୀ ଆଦିତ୍ୟନାଥ ଯେଉଁ ସିଟରୁ ବି ଲଢ଼ନ୍ତୁ ମୁଁ ତାଙ୍କ ବିରୋଧରେ ଲଢ଼ିବି। ମୁଁ କେବଳ, ଏସସି, ଏସଟି, ଓବିସି ଓ ଅଳ୍ପସଂଖ୍ୟକଙ୍କୁ ଟିକେଟ ପ୍ରଦାନ କରିବି।