କେନ୍ଦ୍ର ସରକାର ପଦ୍ମ ପୁରସ୍କାରକୁ ନେଇ ଭେଦଭାବ କରୁଛନ୍ତି: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ପଦ୍ମ ପୁରସ୍କାରକୁ ନେଇ କେନ୍ଦ୍ର ସରକାର ଭେଦଭାବ କରୁଥିବା ଅଭିଯୋଗ ଆଣିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ସି ଚନ୍ଦ୍ରଶେଖର ରାଓ। ମୁଖ୍ୟମନ୍ତ୍ରୀ କହିଛନ୍ତି କି କେନ୍ଦ୍ର ସରକାର ଆମ ରାଜ୍ୟର ଲୋକଙ୍କ ପ୍ରତି ଅବହେଳା କରୁଛନ୍ତି ଓ ପଦ୍ମ ପୁରସ୍କାର ଦେଉନାହାନ୍ତି। ଜାଣିଶୁଣି ଆମ ରାଜ୍ୟର ଲୋକଙ୍କୁ ଏହି ପୁରସ୍କାରରୁ ବଞ୍ଚିତ କରାଯାଉଛି।

ଏଥିସହିତ ଶ୍ରୀ ରାଓ କହିଛନ୍ତି କି ମୁଁ ବିଜେପିକୁ ସମର୍ଥନ କରୁନଥିବାରୁ ମତେ ଦେଶ ବିରୋଧୀ କହୁଛନ୍ତି। ଏହି ଅବସରରେ ରାଜ୍ୟର କୃଷକଙ୍କ ଠାରୁ ଖରିଫ ଫସଲ କିଣିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଦାବି ଜଣାଇଥିବା ବେଳେ ଯଦି ଏହା ନହୁଏ ତେବେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ନଭେମ୍ବର ୧୨ ତାରିଖରେ ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଧାରଣା ପ୍ରଦର୍ଶନ କରିବ।