୨୬୫ ଟଙ୍କାରେ ମିଳିବ ଜାୟଡସ କେଡିଲା ଭ୍ୟାକ୍ସିନ

ନୂଆଦିଲ୍ଲୀ: ଜାୟଡସ କେଡିଲାର କରୋନା ଭ୍ୟାକ୍ସିନ ‘ଜାଇକୋଭ-ଡି’ର ମୂଲ୍ୟ ସ୍ଥିର କରାଯାଇଛି। ଫଳରେ ଗୋଟିଏ ଡୋଜର ମୂଲ୍ୟ ୨୬୫ ଟଙ୍କା ରହିବ। ଆଉ ଛୁଞ୍ଚି ବିହୀନ ଏପ୍ଲୀକେଟର ୯୩ ଟଙ୍କା ପ୍ରତି ଡୋଜ ହିସାବରେ ମିଳିବ ଯେଉଁଥିରେ ଜିଏସଟି ସାମିଲ ହେବ ନାହିଁ। ଏଥିସହିତ ଭାରତ ସରକାର ୧ କୋଟି ଡୋଜର ଅର୍ଡର କରିଥିବା ଜଣାପଡ଼ିଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ପରେ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଟିକା ପାରମ୍ପରିକ ସିରିଞ୍ଜ ବଦଳରେ ଛୁଞ୍ଚି ବିହୀନ ଏପ୍ଲୀକେଟର ମାଧ୍ୟମରେ ଦିଆଯିବ। ଏପ୍ଲୀକେଟରର ନାମ ‘ଫାର୍ମାଜେଟ’।