ମୁଁ ସରକାରଙ୍କ ସହ ଅଛି, ବିଜେଡି ସହ ନୁହେଁ: ମକରନ୍ଦ

ରାୟଗଡ଼ା,ଏନ୍ଏନ୍ଏସ୍: ଲକ୍ଷ୍ମୀପୁର ଓ ରାୟଗଡ଼ା ସୀମାନ୍ତରେ ଆଦିତ୍ୟ ବିର୍ଲାର ଏକ କମ୍ପାନୀ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ତାଙ୍କୁ ଧନ୍ୟବାଦ ଦେବାକୁ ରାୟଗଡାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମକରନ୍ଦ ଏବଂ ଅଞ୍ଚଳବାସୀ ଆସିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ମକରନ୍ଦ ଛିଡା ହୋଇ ଫଟୋ ଉଠାଇଥିଲେ। ତେବେ ନବୀନଙ୍କ ପାଖରେ ମକରନ୍ଦଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ବଢିଛି।

ଏହି ଭେଟ ସମ୍ପର୍କରେ ମକରନ୍ଦ ବିଜେଡିରେ ସାମିଲ ହେବାକୁ ଯାଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ମୁହଁ ଖୋଲିଛନ୍ତି ନିଜେ ମକରନ୍ଦ। ସେ କହିଛନ୍ତି ଯେ ମୁଁ ସରକାରଙ୍କ ସହ ଅଛି, ବିଜେଡି ସହ ନୁହେଁ। ଯେହେତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତେଣୁ ମୁଁ ତାଙ୍କ ସହ ଅଛି ବୋଲି କହିଥିଲେ। ସେ ଦୀର୍ଘ ଦିନ ହେବ ସେ ଲୋକଙ୍କ ବିକାଶ ପାଇଁ କାମ କରି ଆସୁଥିବାରୁ ମୁଁ ତାଙ୍କ ସହ ଅଛି। ସରକାର ଯୁଆଡ଼େ, ମୁଁ ସେଆଡେ ବୋଲି ମକରନ୍ଦ କହିଛନ୍ତି।