ମୋତେ ମାନସିକ ନିର୍ଯ୍ୟାତନା ଦିଆଯାଉଛି : ଲବଲୀନା ବୋରଗୋହେନ

ନୂଆଦିଲ୍ଲୀ: ଅଲମ୍ପିକ ପଦକ ବିଜେତା ଲବଲୀନା ବୋରଗୋହେନ ଏକ ବଡ଼ ଆରୋପ ଲଗାଇଛନ୍ତି । ଲବଲୀନା କହିଛନ୍ତି ଯେ, ମୋତେ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା କଥା ମୁଁ ଅତ୍ୟନ୍ତ ଦୁଃଖ ସହକାରେ କହୁଛି । ମୋତେ ଅଲମ୍ପିକ ପଦକ ଜିତାଇଥିବା କୋଚଙ୍କୁ ବଦଳା ଯାଇଛି । ବାରମ୍ବାର କୋଚ ବଦଳାଇ ମୋ ଅଭ୍ୟାସରେ ବାଧା ସୃଷ୍ଟି କରାଯାଉଛି । ମୋର ଜଣେ କୋଚ୍ ସଂଧ୍ୟା ଗୁରଙ୍ଗଜୀ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ମଧ୍ୟ ଜିତିଛନ୍ତି । ମୋର ୨ଜଣ କୋଚ କ୍ୟାମ୍ପରେ ପ୍ରଶିକ୍ଷଣ ପାଇଁ ବାରମ୍ବାର ହାତ ଯୋଡ଼ିବା ପରେ ମଧ୍ୟ ବହୁ ବିଳମ୍ବରେ ସାମିଲ କରାଯାଉଛି ।

ଉକ୍ତ ମାମଲାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରିଛନ୍ତି । ପ୍ରିୟଙ୍କା ଲେଖିଛନ୍ତି ଯେ, ଲବଲୀନା ବୋରଗୋହେନ ଆମ ଦେଶର ଗୌରବ । ତାଙ୍କୁ ସବୁ ଦୃଷ୍ଟିରୁ ସମର୍ଥନ ଓ ସାହଯ୍ୟ ମିଳିବା ଉଚିତ । ଏହି ପୁରା ମାମଲାରେ ସରକାର ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବେ ବୋଲି ମୁଁ ଆଶା କରୁଛି ।