ଚୁକ୍ତିଭିତ୍ତି କର୍ମଚାରୀ ସଂଘର ଦସ୍ତଖତ ଅଭିଯାନ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ତରଫରୁ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଏହି ଦସ୍ତଖତ ଅଭିଯାନ ହୋଇଥିଲା। ପୂର୍ବରୁ ଯେଉଁମାନେ ଚୁକ୍ତିଭିତ୍ତିକ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ଦାବି କରାଯାଇଥିଲା। ସ୍ଥାନୀୟ ଜିସିଡି ପଡିଆଠାରେ ଜିଲ୍ଲାର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଏହି ଦସ୍ତଖତ ଅଭିଯାନରେ ସାମିଲ ଥିଲେ।

ଆସନ୍ତାକାଲି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ ଦିଗନ୍ତ ପ୍ରଧାନ, ଅଭିଶେକ ଦାସ, ଏନ୍‌ ପ୍ରଦୀପ, ସ୍ନେହାଶିଷ ପାତ୍ର, ଆଦିତ୍ୟ ସ୍ୱାଇଁ, ମନୀଷ ବେହେରା, ନୀଳକଣ୍ଠ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।