ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ

ବଲାଙ୍ଗିର/ପୁଇଁତଲା,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ବିଜେଡ଼ି ତରଫରୁ ବୃକ୍ଷାରୋପଣ କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ପୁଇଁନ୍ତଲା ବିଜୁ ମହିଳା, ଯୁବ ଛାତ୍ର ଜନତା ଦଳ ତରଫରୁ ୪ଟି ପଞ୍ଚାୟତରେ ବୃକ୍ଷାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁଇଁତଲା ବ୍ଲକ୍‌ ଯୁବ ସଭାପତି ସୁଧିର କୁମାର ଅମାତ, ଛାତ୍ର ସଭାପତି ହେମନ୍ତ ଛୁରିଆ ଏବଂ ମହିଳା ସଭାପତି ଶ୍ରୀମତୀ ଗୀତାଞ୍ଜଳି ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁରୁଲ, ଅଟଗାଁ, ଛତାପିପଲ ଏବଂ ବନ୍ଦପଡ଼ା ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟଅତିଥି ଭାବରେ ଲୋଇସିଂଙ୍ଗା ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ରାଜେନ୍ଦ୍ର ହୋତା, ବଲାଙ୍ଗିର ଜିଲ୍ଲା ମହିଳା ସଭାପତି ଦମୟନ୍ତ ବାଗ, ପୁଇଁନ୍ତଲା ବ୍ଲକ୍‌ ବିଜୁ ଜନତା ଦଳର ସଭାପତି ବିଷ୍ଣୁ ପଟେଲ, ୧୮ଏବଂ ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ କୁମରମଣି ସେଠ ଏବଂ ସବିତା ସେଠ, ଜିଲ୍ଲା ମହିଳା ଉପସଭାପତି ବବିତା ପୁଟେଲ ଜଳଜଡ଼ ସରପଞ୍ଚ ଶ୍ରୀମତି ଗାୟତ୍ରୀ ଦୋରା ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ କୁନାଲ ସରକାର ସାଧାରଣ ସମ୍ପାଦକ ଅନନ୍ତ ନାରାୟଣ ପ୍ରଧାନ ପୁଇଁନ୍ତଲା ବ୍ଲକ୍‌ ସୋସିଆଲ ମିଡ଼ିଆ ସଂଯୋଗ ପ୍ରେମରାଜ ପଧାନ, ଯୁବନେତା ଶ୍ରୀପତି ପଧାନ ଉପସ୍ଥିତ ଥିଲେ। ତା’ସହ ପୁଇଁତଲା ବ୍ଲକ୍‌ ବିଜୁ ଯୁବ ଛାତ୍ର ଓ ମହିଳା ଦଳର ଅନ୍ୟାନ୍ୟ କର୍ମକର୍ତ୍ତା ମନେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।