ମୁଁ ବି ସେନାରେ ଭର୍ତ୍ତି ହେବା ପାଇଁ ପରୀକ୍ଷା ଦେଇଥିଲି : ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାରେ ନିଜର ଭର୍ତ୍ତି ହେବା ନେଇ କିଛି କଥା ଉଲ୍ଲେଖ କରିଛନ୍ତି । ରାଜନାଥ ଆସାମ ରାଇଫଲ୍ସ ଏବଂ ୫୭ତମ ମାଉଣ୍ଟେନ ଡିଭିଜନର ଯବାନଙ୍କୁ ଆଜି ସମ୍ବୋଧିତ କରିଛନ୍ତି । ଏହି ସମୟରେ ରାଜନାଥଙ୍କ ସହ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ମୁଁ ମୋ ପିଲା ଦିନର ଏକ କାହାଣୀ କହିବାକୁ ଚାହୁଁଛି । ମୁଁ ବି ସେନାରେ ସାମିଲ ହେବାକୁ ଚାହୁଁଥିଲି ଏବଂ ଥରେ ‘ସର୍ଟ ସର୍ଭିସ କମିଶନର ଲିଖିତ ପରୀକ୍ଷା ମଧ୍ୟ ଦେଇଥିଲି । କିନ୍ତୁ ମୋ ପିତାଙ୍କ ନିଧନ ଓ ଅନ୍ୟ କିଛି ସମସ୍ୟା କାରଣରୁ ସେନାରେ ସାମିଲ ହୋଇପାରିଲିନି ।