- ପଟ୍ଟାମୁଣ୍ଡାଇ,ଏନ୍ଏନ୍ଏସ୍: ପରକୀୟା ପ୍ରୀତି ଯୋଗୁଁ ନିଜ ପତ୍ନୀଙ୍କୁ ହତ୍ୟା କରିବାକୁ ନେଇ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଡାମରପୁର ପଞ୍ଚାୟତ ବାଲିପାଟଣା ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବୋହୂକୁ ହତ୍ୟା କରାଯାଇଥିବା ନେଇ ହତ୍ୟାକାରୀର ମା’ ଥାନାରେ ଅଭିଯୋଗ କରିଛନ୍ତି। ପଟ୍ଟାମୁଣ୍ଡାଇ ଥାନା ଅଧୀନ ବଳଭଦ୍ରପୁର-ଖାର୍ଦ୍ଧପାଟଣା ଗାଁର ବସନ୍ତ ତରାଇଙ୍କ ଝିଅ ଦୀପିକା ତରାଇଙ୍କୁ ବାଲିପାଟଣା ଗ୍ରାମର ଦେବାଶିଷ ବାଇ ପ୍ରେମ ବିବାହ କରିଥିଲେ। ହେଲେ ପରେ ଜଣେ ପଡ଼ୋଶୀ ଘର ମହିଳାଙ୍କ ସହ ଦେବାଶିଷଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଫଳରେ ପ୍ରତିଦିନ ଘରେ ବିଶୃଙ୍ଖଳା ସୃଷ୍ଟି ହେଉଥିଲା। ବୁଧବାର ରାତିରେ ପଡ଼ୋଶୀ ଘର ଜଣେ ମହିଳା ଓ ଦେବାଶିଷଙ୍କୁ ଏକାଠି ଦେଖି ଦୀପିକା ପ୍ରତିବାଦ କରିଥିଲେ। ଅନ୍ୟ କେହି ଘଟଣା ସମ୍ପର୍କରେ ଜାଣିଦେବା ଭୟରେ ଦେବାଶିଷ ପତ୍ନୀଙ୍କ ମୁହଁ ବନ୍ଦ କରି ଦେଇଥିଲେ। ହେଲେ ସେ ନଶୁଣିବାରୁ ଜୀବନରୁ ମାରିଦେଇଥିବା ଅଭିଯୋଗ ହୋଇଛି।