- ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରଗୁଡାଠାରେ ମେଗା ପାନୀୟଜଳ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏହି ପ୍ରକଳ୍ପ ଗୋଲାମୁଣ୍ଡା ବ୍ଲକ ବୋରଗୁଡା ଅଞ୍ଚଳର ସମସ୍ତ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀ ମିଶ୍ର ଓ ସମ୍ମାନିତ ଅତିଥିଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଳେଶ୍ୱର ନାଏକ, ଦଶପୁର ଜୋନ ଜିଲ୍ଲାପରିଷଦ ସଭ୍ୟା ନିରୂପମା ନାଏକ, ଧାମନପୁର ସମିତିସଭ୍ୟ ତଥା ଗୋଲାମୁଣ୍ଡା ବ୍ଲକ ଆତ୍ମା ଅଧ୍ୟକ୍ଷ ଇଂ.ଦିନେଶ କୁମାର ରାଉତ, ସମିତିସଭ୍ୟ ବିଭୀଷଣ ଭୋଇ ପ୍ରମୁଖ ଯୋଗଦେଇଥିଲେ।