ସ୍ତ୍ରୀକୁ ପିଟି ପିଟି ମାରି ଦେଲା ସ୍ୱାମୀ

ଉଦଳ,ଏନ୍ଏନ୍ଏସ୍ : ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ନାବରା ବିସ୍ଥାପିତ କଲୋନୀର ପାରିବାରିକ କଳହକୁ କେନ୍ଦ୍ର କରି ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀକୁ ପିଟି ପିଟି ସ୍ୱାମୀ ହତ୍ୟା କରିଛି। ତେବେ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକ ନାମ ବାସନ୍ତୀ ହୋ ହୋଇଥିବା ବେଳେ ଅଭିଯୁକ୍ତ ନାମ ରାସାଇ ହୋ ବୋଲି ଜଣାପଡ଼ିଛି।

ସୂଚନାଅନୁଯାୟୀ, ଉଦଳା ଥାନା ନାବରା ବିସ୍ଥାପିତ କଲୋନୀରେ ରାସାଇ ହୋ ଓ ବାସନ୍ତୀ ହୋ ବୁଧବାର ସକାଳେ କୌଣସି କାରଣକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରାସାଇ ହୋ ବାସନ୍ତୀଙ୍କୁ ବାଡେଇବାକୁ ଲାଗିଥିଲା। ବାସନ୍ତୀ ଆହୁରି ଯୁକ୍ତି କରିବାରୁ ସ୍ୱାମୀ ରାସାଇ ହୋ ରାଗି ଯାଇ କିଛି ନବୁଝି ନଶୁଣି ପତ୍ନୀଙ୍କୁ ବାଡେଇ ବାଡେଇ ମାରି ଦେଇଥିଲା। ପତ୍ନୀ ମରିଯିବା ଜାଣିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ସ୍ୱାମୀ। ଘଟଣାସମ୍ପର୍କରେ ପାଖପଡିଶା ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।