ଗ୍ୟାଙ୍ଗଷ୍ଟର ରାଜା ଆଚାର୍ୟ୍ୟ ଗିରଫ

କଟକ: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ୟ୍ୟ ଗିରଫ ହୋଇଥିବା ବୁଧବାର ଜଣାପଡ଼ିଛି। କଟକ ଡିସିପି ଅଖିଳେଶ୍ୱର ସିଂ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। କୋର୍ଟଙ୍କ ଓ୍ଵାରେଣ୍ଟ ବଳରେ ମାଲଗୋଦାମ ପୁଲିସ ରାଜା ଆଚାର୍ୟ୍ୟକୁ ଗିରଫ କରିଛି। ସେ କହିଛନ୍ତି ଯେ, କୋର୍ଟର ସର୍ତ ଖିଲାପ କରିଥିବାରୁ ଗିରଫ କରାଯାଇଛି। ଜୁଡୋ କୋଚ ବିରଂଚି ହତ୍ୟା ମାମଲାରେ ବାହାରିଥିଲା ରାଜା।