ମଠ କପୁଣ୍ଡି ଷ୍ଟାଡିୟମ ନିକଟରୁ ସମ୍ବର ଉଦ୍ଧାର

ହାଟଡ଼ିହି,ଏନ୍ଏନ୍ଏସ୍: ହାଟଡ଼ିହି ବ୍ଲକ୍ ମଠ କପୁଣ୍ଡି ଷ୍ଟାଡିୟମ ନିକଟରୁ ବୁଧବାର ଏକ ସମ୍ବର ଉଦ୍ଧାର କରାଯାଇଛି। ତେବେ ଏହି ସମ୍ବରଟି ପାଖ ବଉଳା ପାହାଡରୁ ଆସିଥିା କୁହାଯାଉଛି।

ସୂଚନା ଅନୁଯାୟୀ ଆଜି ଏହି ସମ୍ବରଟି କପୁଣ୍ଡି ଷ୍ଟାଡିୟମ ନିକଟରେ ବୁଲୁଥିବାର କେତେକ ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ। ଏଥିସହ ସମ୍ବରଟି ସେଠୁ ଯେପରି ପଳାଇନଯାଏ ସେ ନେଇ ତାକୁ କାବୁ କରିଥିଲେ।

ପରେ ସେଠାରେ ହଦଗଡ଼ ରେଞ୍ଜର, ଏସିଓ ପହଞ୍ଚିବାରେ ସ୍ଥାନୀୟ ଲୋକମାନେ ସମ୍ବରଟିକୁ ତାଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଅଚାନକ ଏକ ସମ୍ବର ଅଞ୍ଚଳରେ ବୁଲୁଥିବାରୁ ତା’କୁ ଦେଖିବାପାଇଁ ସ୍ଥାନୀୟ ଲୋକମାନେ ସେଠାରେ ଭିଡ଼ ଜମାଇଥିଲେ। ପରେ ରେଞ୍ଜର ଅଧିକାରୀ ସମ୍ବରଟିକୁ ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ଜଣାଯାଇଛି।