ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କୋରାପୁଟ,ଏନ୍ଏନ୍ଏସ୍: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କରିବା ଅଭିଯୋଗରେ ସେମିଲିଗୁଡ଼ା ପୁଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ସେମିଲିଗୁଡ଼ା ଥାନା ଜାଗାମପୁଟ ଗ୍ରାମର କୁନା ଦେଉଳପାଡ଼ିଆ ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ,୧୩ ବର୍ଷ ପୂର୍ବରୁ କୁନା ଦେଉଳପାଡ଼ିଆ ପାଡୁଆ ଥାନା ପାଡ଼ାଲପୁଟ ଗ୍ରାମର ମୋନାଲିସା ଖରାଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ଟି କନ୍ୟା ସନ୍ତାନ ରହିଛନ୍ତି। ଭଉଣୀ ମୋନାଲିସାର ମୃତ୍ୟୁ ହୋଇଥିବା ଖବର ଭିଣେଇଠାରୁ ପାଇ ୧୬ତାରିଖରେ ତାଙ୍କ ଭାଇ ଅର୍ଜୁନ ଖରା ଜାଗାମପୁଟ ଗ୍ରାମକୁ ଯାଇଥିଲେ। ଜ୍ୱାଇଁ ଘର ଏକ କଠୋରୀରେ ଭଉଣୀର ମୃତଦେହ ପଡ଼ିଥିବା ଦେଖି ତାଙ୍କ ଭଉଣୀ ମୋନାଲିସାକୁ ହତ୍ୟା କରାଯାଇଥିବା ସେମିଲିଗୁଡ଼ା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ମୃତ ମୋନାଲିସାର ସ୍ୱାମୀ କୁନା ଦେଉଳପାଡ଼ିଆକୁ ଗିରଫ କରିଥିବା ଥାନାଧିକାରୀ ଧୀରେନ୍ କୁମାର ବେହେରା ସୂଚନା ଦେଇଛନ୍ତି।