ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା

କୋରାପୁଟ,ଏନ୍ଏନ୍ଏସ୍: ସଡ଼କ ଦୁର୍ଘଟଣାରେ ମୃତ ଜଣେ ଯୁବକର ବାପାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ୨ଦିନ ପୂର୍ବେ ଆଇଆରବି ବାଟାଲିଆନ୍ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ କୋରାପୁଟ ପରିଜା ସାହିର ସୁକୋମଲ୍ ନାୟକଙ୍କ ପୁଅ ବିନୋଦ ନାୟକ ପ୍ରାଣ ହରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନଙ୍କ ଅନୁମୋଦନକ୍ରମେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ମୃତ ବିନୋଦର ବାପାଙ୍କୁ ଆର୍ଥିକ ସହାୟତା ରାଶିର ଚେକ୍ ପ୍ରଦାନ କରିଛନ୍ତି। ଏହି ସମୟରେ ସଦର ଥାନାଧିକାରୀ ସମର୍ପିତା ସ୍ୱାଇଁ ଓ ସେକ୍ସନ୍ ଅଫିସ ପ୍ରକାଶ ଚନ୍ଦ୍ର ସାମଲ୍ ଉପସ୍ଥିତ ଥିଲେ।