ଏହି ଖେଳାଳିକୁ କିଣିବାକୁ ଆରସିବିକୁ ଗମ୍ଭୀରଙ୍କ ପରାମର୍ଶ 

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ଲାଗି ଖେଳାଳିଙ୍କ ନିଲାମି ଆସନ୍ତାକାଲି ଅନୁଷ୍ଠିତ ହେବ। ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ସଂସ୍କରଣ ଜିତିନଥିବା ରୟାଲ  ଚ୍ୟାଲେଞ୍ଜର ବେଙ୍ଗଲୋରକୁ ଅନେକ ଖେଳାଳିଙ୍କୁ କିଣିବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ୨ଥର କୋଲକାତା ନାଇଟ ରାଇଡରସକୁ ଜିତାଇଥିବା ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ଆରସିବିକୁ ଗ୍ଲେନ ମ୍ୟାକ୍ସୱେଲଙ୍କୁ କିଣିବାକୁ ପରାମର୍ଶ ଦେଇଛନ୍ତି। ମ୍ୟାକ୍ସୱେଲଙ୍କ ପରି ଜଣେ ଏକ୍ସ ଫ୍ୟାକ୍ଟର ରହିବା ଦରକାର ଯିଏକି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ନିଜ ପ୍ରଭାବ ପକାଇ ପାରିବ ବୋଲି ଗମ୍ଭୀର କହିଛନ୍ତି।

ମ୍ୟାକ୍ସୱେଲଙ୍କୁ ଟିମରେ ସାମିଲ କଲେ ବିରାଟ କୋହଲୀ ଓ ଏବି ଡିଭିଲିୟର୍ସଙ୍କ ଉପରେ ଚାପ କମ୍ ପଡ଼ିବ ବୋଲି ଗମ୍ଭୀର କହିଛନ୍ତି। ଏଥିସହିତ କେହଲୀଙ୍କୁ ଓପନର ଭାବେ ଦେଖିବାର  ଗମ୍ଭୀର ଇଚ୍ଛା  ପ୍ରକାଶ କରିଛନ୍ତି। ଦେବଦତ୍ତ ପଡ୍ଡିକଲଙ୍କ ସହ ବିରାଟ ପାଳିର ଶୁଭାରମ୍ଭ କଲା ପରେ ଟିମ୍ ପାଖରେ ଏବି ଡିଭିଲିୟର୍ସ ଥିବେ।