ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୃଶଂସ ସ୍ୱାମୀର ଅମାନବୀୟ କାଣ୍ଡ। ସ୍ତ୍ରୀର ତଣ୍ଟିଚିପି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂଙ୍ଗା ଥାନା ପଟ୍ଟାମୁଣ୍ଡା ଗାଁରେ। ମଦ ପିଇ ଜ୍ୱାଇଁ ଝିଅକୁ ହତ୍ୟା କରିଥିବା ନେଇ ଝିଅର ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ନାମ କସ୍ତୁରୀ ସାହୁ।

୭ ବର୍ଷ ତଳେ ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅର୍ନ୍ତଗତ ଡୁଙ୍ଗୁରିପାଲି ଗ୍ରାମର ଗାନ୍ଧିଲାଲ ସାହୁଙ୍କୁ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ୩ ମାସ ହେଲା କସ୍ତୁରୀ ବାପାଙ୍କ ଘରେ ରହୁଥିଲେ। ମାସେ ହେଲା ଗାନ୍ଧିଲାଲ ମଧ୍ୟ ଆସି ଶ୍ୱଶୁର ଘରେ ରହୁଥିଲେ। ଗତକାଲି ରାତିରେ ଗାନ୍ଧିଲାଲ ତଣ୍ଟିଚିପି ହତ୍ୟା କରିବା ପରେ ଫେରାର ହୋଇଯାଇଥିବା କସ୍ତୁରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।