ଜୀଅନ୍ତା ଜଳିଗଲେ ସ୍ୱାମୀ-ସ୍ତ୍ରୀ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ରାମପୁର ଫାଣ୍ଡି ଅନ୍ତର୍ଗତ ରାମପୁର ପଞ୍ଜାବୀ ଧୋଉଡ଼ା ପଡ଼ାଠାରେ ଅଭାବନୀୟ ଘଟଣା ଘଟିଛି। ଘରେ ଥିବାବେଳେ କୋଇଲା ଚୁଲାରୁ ନିଆଁ ଲାଗି ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଦମ୍ପତି ଗିରିବର ଦାଶ(୫୦)ଏବଂ ତାଙ୍କ ସ୍ତ୍ରୀ ଗୀତା ଦାଶ ବୋଲି ଜଣାପଡିଛି।  ବ୍ରଜରାଜନଗର ଏସଡିପିଓ ଦିଲୀପ କୁମାର ଦାସ, ଥାନାଅଧକାରୀ ଲଳିତା ମୋଦୀ ଓ ରାମପୁର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ଭୋରରେ ଗୀତ କୋଇଲା ଚୁଲାନେଇ ଚା ତିଆରି କରିବାପାଇଁ ଘର ଭିତରକୁ ଯାଇଥିଲେ । ତେବେ କୌଣସି କାରଣ ବଶତଃ କୋଇଲା ଚୁଲାରୁ ନିଆଁ ଲାଗି ସ୍ୱାମୀ ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।  ଗିରିବରର ମୁଣ୍ଡ ଫାଟି ରକ୍ତ ମଧ୍ୟ ବାହାରିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଲି ପ୍ରକାଶ କରିଛି।