ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳ ଝିଅ

ରାଇକିଆ,ଏନ୍ଏନ୍ଏସ୍:ଜାତୀୟ କିଶୋରୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତର ଗୁନ୍ଧାଣୀ ଗ୍ରାମର ଝିଅ ମେଲିସା ନାୟକ ମନୋନୀତ ହୋଇଛନ୍ତି। ସେ ମିସ ଟିମ ଡ଼ିଭାରେ ସାମିଲ୍ ହେବାପାଇଁ ଗତ ସେପ୍ଟେମ୍ବର ମାସରେ ଅନଲାଇନରେ ପରୀକ୍ଷା ଦେଇଥିଲେ। ପ୍ରତିଯୋଗିତରେ ଭାରତର ବିିଭିନ୍ନ ଅଞ୍ଚଳରେ ପ୍ରାୟ ୩ ହଜାର ପ୍ରତିଯୋଗୀ ସାମିଲ ହୋଇଥିବା ବେଳେ ୨୫ ଜଣ ଏହି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ମେଲିସା କହିଛନ୍ତି। ତେବେ ଏହାର  ବିଭିନ୍ନ ପର୍ଯ୍ୟାୟ ପାଇଁ ଅର୍ଥର ଆବଶ୍ୟକତା ଥିବାବେଳେ ମେଲିସାଙ୍କ ପାଇଁ ଅର୍ଥ ସାଜିଛି ବାଧକ। ଏନେଇ ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିବା ପରେ  ବିଭିନ୍ନ ମହଲରୁ ତାଙ୍କୁ ସହାୟତା ମିଳିଛି। ରାଇକିଆ ବିଡିଓ ପ୍ରବୀଣ କୁମାର ବାଣୁଆ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ପୂର୍ବରୁ ରାଇକିଆରେ ପୂର୍ବତନ ବିଡିଓ ଓ ବାଲିଗୁଡ଼ା ପୂର୍ବତନ ବିଧାୟକ ରାଜିବ ପାତ୍ର ଓ ଅନ୍ୟମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି।