ନନ୍ଦିଗ୍ରାମ,ଏଜେନ୍ସି: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ବର୍ତ୍ତମାନ ରାଜନୈତିକ ସ୍ତରରେ ଉତ୍ତେଜନା ସୃଷ୍ଟି ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ପାଇଁ ମମତା ନନ୍ଦିଗ୍ରାମରେ ପହଞ୍ଚିଥିଲେ। ଏହି ମଧ୍ୟରେ ମମତାଙ୍କ ଉପରକୁ ୪ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ମିଡ଼ିଆ ରିପୋର୍ଟ ଅନୁସାରେ ମମତା ବାନାର୍ଜୀ କାରରେ ଚଢ଼ୁଥିବା ବେଳେ ଆକ୍ରମଣ ହୋଇଛି। ଏଥିରେ ମମତା ବାନାର୍ଜୀଙ୍କ ହାତ ଓ ଗୋଡରେ ଆଘାତ ଲାଗିଛି।
ଏହି ଘଟଣାରେ ମମତା ଅଭିଯୋଗ କରିଛନ୍ତି କି, ଏହି ଆକ୍ରମଣ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର। ବର୍ତ୍ତମାନ ତାଙ୍କୁ କୋଲକାତା ଅଣାଯାଉଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିବା କହିଛନ୍ତି।