ସିଆର୍‌ପିଏଫ୍‌ ବାଟାଲିୟନ ପକ୍ଷରୁ ମାନବିକତା ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ

କନ୍ଧମାଳ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଗୋଛପଡା ଅନ୍ତର୍ଗତ ବାଲାନ୍ଦାପଡା ଠାରେ ସିଆର୍‌ପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ମାନବିକତା ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲାନ୍ଦାପଡା ପଞ୍ଚାୟତ, ଲୁଇସିଙ୍ଗ ପଞ୍ଚାୟତ ତଥା କୁଇରମାଣ୍ଡୁ ପଞ୍ଚାୟତର ଅଭାବି ଗରିବ ଲୋକଙ୍କ ପାଇଁ ସୋଲାର ଲ୍ୟାମ୍ପ, ରେଡ଼ିଓ ତଥା ୱାଟର ଷ୍ଟୋରେଜ ବଣ୍ଟନ କରିଥିଲା। ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଅର୍ଥିକ ସହାୟତା ଯୋଜନା ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏହି ମାନବିକତା ସିଭିକ ଅକ୍ସନ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଏସ୍‌କେ ମହାନ୍ତି ଇନସ୍ପେକ୍ଟର ଜେନେରାଲ ପୁଲିସ ଓଡିଶା ସେକଟର, ବିଜୟ କୁମାର ଡିଆଇଜି ସମ୍ବଲପୁର ରେଞ୍ଜ ରାୟଗଡା, ଆନନ୍ଦ ଝା କମାଣ୍ଡାଣ୍ଟ ୧୨୭ ବାଟାଲିୟନ ପ୍ରମୁଖ ଉପସ୍ଥିତ ରହି ଆବଶ୍ୟକ ଜିନିଷକୁ ଅଞ୍ଚଳ ବାସୀଙ୍କୁ ବଣ୍ଟନ କରିଥିଲେ। ଏହି ଅବସରରେ ସିଆର୍‌ପିଏଫ୍‌ ଆର୍‌ଏଲ୍‌ ଫିଲାମେଣ୍ଟର ଦ୍ୱିତୀୟ କମାଣ୍ଡ ଅଧିକାରୀ ତଥା ଅନ୍ୟ ବରିଷ୍ଠ ଅଧିକାରୀ ୧୨୭ ବାଟାଲିୟନର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନିରାକାର ନାୟକ ସରପଞ୍ଚ ବାଲାନ୍ଦାପଡା, ସୁଦର୍ଶନ କହଁର ସରପଞ୍ଚ ଲୁଇସିଙ୍ଘ ତଥା ଅଜିତ କୁମାର ସାହୁ।

ଥାନା ପ୍ରଭାରୀ ଗୋଛପଡା ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଯୋଜନା ଅଧୀନରେ ସମୁଦାୟ ୧୮୩ ପରିବାର ଉପକୃତ ହୋଇଥିଲେ। ଇନ୍ସପେକ୍ଟର ଜେନେରାଲ ପୁଲିସ ଓଡିଶା ସେକ୍ଟରର ଏସ୍‌କେ ମହାନ୍ତି ନିଜ ବକ୍ତବ୍ୟରେ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି।