ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟର ମୋଟ ପୁନରୁଦ୍ଧାର ସଂଖ୍ୟା ୧୨,୭୫,୦୧୯ ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୫୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ତା ପରେ ଗଜପତି ଏବଂ ଖୋର୍ଦ୍ଧାଙ୍କ ମଧ୍ୟରୁ ୨୪ ଜଣ, ଯାଜାପୁରର ୨୦ ଜଣ, ଝାରସୁଗୁଡାରୁ ୧୮, ବରଗଡରୁ ୧୪, ଅନୁଗୁଳରୁ ୧୩, ସୁନ୍ଦରଗଡରୁ ୧୨ , କେନ୍ଦୁଝରରୁ ୧୧, କଟକରୁ ୧୦, ଗଞ୍ଜାମରୁ ୯, ବାଲେଶ୍ୱରରୁ ୬, ଭଦ୍ରକ ଏବଂ କୋରାପୁଟରୁ ୫, ନୟାଗଡ଼ ଏବଂ ପୁରୀରୁ ୪, ନବରଙ୍ଗପୁରରୁ ୩, ବୋଲାଙ୍ଗୀର, କାଲାହାଣ୍ଡି ଏବଂ ମାଲକାନଗିରି, ଜଗତସିଂହପୁର, ନୁଆପଡା ଏବଂ ସୋନେପୁର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏତଦ୍ ବ୍ୟତୀତ ରାଜ୍ୟ ପୁଲରୁ ୬ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି।