କେନ୍ଦୁଝର,ଏନ୍ଏନ୍ଏସ୍: କରୋନା ମହାମାରୀର ତୃତୀୟ ଲହର ଯୋଗୁଁ ପ୍ରାୟ ସବୁ ଧର୍ମାନୁଷ୍ଠାନରେ କରୋନା କଟକଣା ଲାଗୁ କରାଯାଇଥିବା ବେଳେ କରୋନା ର ପିକ୍ ସମୟ ଅତିକ୍ରମ କରିବା ପରେ କଟକଣା ମଧ୍ୟ ଧିରେ ଧିରେ ହ୍ରାସ ପାଇଛି।
ତେବେ ଆଜି ଘଟଗାଁ ତାରିଣୀ ପୀଠରେ ଲାଗୁ ଥିବା ସମସ୍ତ ପ୍ରକାର କରୋନା କଟକଣାକୁ ଉଠାଇଛନ୍ତି ଜିଲ୍ଲା ପ୍ରଶାସନ। ପୂର୍ବରୁ ୫ ବର୍ଷରୁ କମ୍ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଦର୍ଶନ ଉପରେ କଟକଣା ରହିଥିବା ବେଳେ ଏବେ ସବୁ ସ୍ୱାଭାବିକ୍ ହୋଇଛି।
ଆଜି ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ପୂର୍ବରୁ କେବଳ ଭକ୍ତମାନେ ଦର୍ଶନ କରିପାରୁଥିବା ବେଳେ ଭୋଗ ଲଗାଇପାରୁନଥିଲେ ମାତ୍ର ଆଜିଠାରୁ ମା’ ତାରିଣୀ ପୀଠରେ ଭୋଗ ଲଗାଇପାରିବେ ଭକ୍ତ।